କେନ୍ଦୁଝରରୁ ୭୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୭୩୦

କେନ୍ଦୁଝର, ୨୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ କରୋନା ସ୍ଥିତ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ମଙ୍ଗଳବାର ଜିଲାରୁ ୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୦ରେ ପହଞ୍ଚିଛି। ଏଥିମଧ୍ୟରୁ ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୯୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ କରୋନା ସଂକ୍ରମଣ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଚିହ୍ନଟ ନୂଆ ସମସ୍ତ ଆକ୍ରାନ୍ତ ଜିଲାର କେନ୍ଦୁଝର, ସଦର, ବଂଶପାଳ, ଆନନ୍ଦପୁର, ତେଲକୋଇ, ପାଟଣା, ଘଷିପୁରା, ଯୋଡ଼ା ଆଦି ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି।

Share