ଭୁବନେଶ୍ୱର,୨୪।୨: ଓଡ଼ିଶାରୁ ବୁଧବାର ୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୨୪୩ରେ ପହଞ୍ଚିଛି। ବରଗଡ଼ରୁ ସର୍ବାଧିକ ୧୪, ଖୋର୍ଦ୍ଧାରୁ ୯, ମୟୁରଭଞ୍ଜରୁ ୭, ନୂଆପଡ଼ା ଓ ସମ୍ବୁଲପୁରରୁ ୬, ବାଲେଶ୍ୱର, ବଲାଙ୍ଗୀର, ଯାଜପୁର ଓ ସୁନ୍ଦରଗଡ଼ରୁ ୫, ଝାରୁସୁଗୁଡ଼ା ଓ ପୁରୀରୁ ୩, ଢେଙ୍କାନାଳ ଓ ସୋନପୁରରୁ ୨, ଅନୁଗୁଳ, କଟକ, କଳାହାଣ୍ଡି, ନୟାଗଡ଼ ଓ ଷ୍ଟେଟ୍ ପୁଲରୁ ଜଣେ ଲେଖାଏ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।