ଜୟପୁର: ବୟସ ଯେ କେବଳ ଏକ ସଂଖ୍ୟା ଏହା ପ୍ରମାଣିତ କରିଛନ୍ତି ୭୭ ବର୍ଷୀୟ ହୁକୁମଦାସ ବୈଷ୍ଣବ। ଏହି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜଣକ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ପୂର୍ବରୁ ସେ ୫୬ ଥରରେ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିଥିଲେ। ୧୯୪୫ରେ ଜାଲୋରରେ ଜନ୍ମିତ ହୁକୁମଦାସ ୧୯୬୨ରେ ପ୍ରଥମେ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେ କେବେ ମାଟ୍ରିକ ପାସ୍ କରିପାରିବେ ନାହଁ ବୋଲି ତାଙ୍କ ସାଙ୍ଗମାନେ କହିବାରୁ ହୁକୁମଦାସ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ। ଭୂତଳ ଜଳ ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରିବା ସହ ସେ ବାରମ୍ବାର ମାଟ୍ରିକ ପରୀକ୍ଷା ଦେଇଚାଲିଥିଲେ। ୨୦୦୫ରେ ସେ ଚାକିରିରୁ ଅବସର ନେଇଥିଲେ ଏବଂ ୨୦୧୯ରେ ଦଶମ ପାସ୍ କରିଥିଲେ।