ପୋତାଗଡ଼ରେ ୭୭ତମ ସ୍ବାଧୀନତା ଦିବସ ପାଳିତ

ଗଞ୍ଜାମ,୧୫।୮(ବିଦ୍ୟାଧର ସାହୁ )ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗରେ ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି l ତହସିଲଦାର ଅରୁଣ କୁମାର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ, ଉପାଧ୍ୟାକ୍ଷ ସୁରେନ୍ଦ୍ର ବାରିକି, ଜଳସେଚନ ସହକାରୀ ନିର୍ବାହୀଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ଏନଏସି କାର୍ଯ୍ୟନିର୍ବାହୀ ଅବିନାଶ ମିଶ୍ର, ଆରଆଇ ରବୀନ୍ଦ୍ର ପ୍ରଧାନ, ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଗଞ୍ଜାମ ପ୍ରେସକ୍ଳବ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା ଏବଂ ସମସ୍ତ କାଉନସିଲର ଉପସ୍ଥିତ ଥିଲେ l ସାରେ ସେଠାରେ ଛତ୍ରପୁର ସାଇ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଦେଶପ୍ରେମ ଓ ଦେଶାତ୍ମକ ବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share