ବାରିପଦା ଅଫିସ,୧୮ା୭: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ନରଣଖୁଣ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ତିକ୍ତତାକୁ କେନ୍ଦ୍ରକରି ତୃତୀୟ ସ୍ତ୍ରୀ ସହ ମିଶି ଜଣେ ବାପା ପ୍ରଥମ ସ୍ତ୍ରୀର ପୁଅଙ୍କୁ ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି। ମୃତକ ହେଲେ ପ୍ରମୋଦ କୁମାର ସିଂ(୨୮)। ସେ ବାରିପଦାରେ ମାର୍ବଲ ମିସ୍ତ୍ରିଙ୍କ ପାଖରେ ରହି କାର୍ଯ୍ୟ କରନ୍ତି। ରବିବାର ଘରକୁ ଆସିଥିବା ବେଳେ ଏଭଳି ଘଟଣା ଘଟିଥିଲା। ବଡ଼ସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛି। ରକ୍ତଭିଜା ଫାର୍ସା ଜବତ କରାଯାଇଛି। ତେବେ ହତ୍ୟାକାରୀ ବାପା, ସାବତମା’ ଫେରାର ଥିବା ଜଣାପଡ଼ିଛି।