ବୟସରେ ଛଅ ଦଶକରୁ ଅଧିକ ଅନ୍ତର ଥିବା ସତ୍ତ୍ୱେ ବିବାହ କରିଥିଲେ ଇଣ୍ଡୋନେସିଆର ଜଣେ ୭୮ ବର୍ଷୀୟ ବୃଦ୍ଧ। ସେ ୧୭ ବର୍ଷୀୟ ଜଣେ ଯୁବତୀଙ୍କ ହାତ ଧରିଥିଲେ। ଏହି ବିବାହ ଖବର ଶିରୋନାମା ମଧ୍ୟ ପାଲଟିଥିଲା। ହେଲେ ମାତ୍ର ୨୨ ଦିନ ପରେ ବୃଦ୍ଧଜଣଙ୍କ ସ୍ତ୍ରୀଙ୍କ ଘରକୁ ତଲାକ୍ ନୋଟିସ ପଠାଇଦେଇଛନ୍ତି।
୭୮ ବର୍ଷୀୟ ଅବା ସରନା ନୋନି ନବୀତାଙ୍କୁ ସେଠାକାର ରୀତିନୀତି ଅନୁଯାୟୀ ନିକାହ୍ କରିଥିଲେ। ବିବାହ ପାଇଁ ୫୦ ହଜାର ଟଙ୍କା, ମୋଟରସାଇକେଲ, ଆଲମିରା ସହ ଅନ୍ୟ ସାମଗ୍ରୀ ଦିଆଯାଇଥିଲା। ହେଲେ ୨୨ ଦିନ ପରେ ହଠାତ ବୃଦ୍ଧ ଜଣଙ୍କ ନୋଟିସ ପଠାଇଦେଇଥିଲେ। ଏହାକୁ ଦେଖି ନୋନୀଙ୍କ ପରିବାରଲୋକେ ଚକିତ ହୋଇଯାଇଥିଲେ। କ’ଣ ପାଇଁ ସରନା ଏଭଳି ନିଷ୍ପତ୍ତି ନେଲେ ତାହା କେହି ଜାଣିପାରି ନ ଥିଲେ।
ନୋନୀଙ୍କ ଘରଲୋକଙ୍କ ଅନୁଯାୟୀ, ବୟସରେ ଅଧିକ ତାରତମ୍ୟ ଥିଲେ ହେଁ ବିବାହ ନେଇ କୌଣସି ସମସ୍ୟା ନ ଥିଲା। ସରନାଙ୍କ ପରିବାରଲୋକେ ଏହି କଥା ଉଠାଇଥିଲେ ହେଁ ପରେ ସବୁ ଶାନ୍ତ ପଡ଼ି ଯାଇଥିଲା। ଏପରିକି ବିବାହ ପୂର୍ବରୁ ନୋନୀ ଗର୍ଭବତୀ ଥିବା କୁହା ଯାଉଥିଲେ ହେଁ ତାଙ୍କ ଭଉଣୀ ଏହାକୁ ମିଥ୍ୟା ବୋଲି କହିଥିଲେ। ଏପରିସ୍ଥଳେ ବିବାହ ଭାଙ୍ଗିବା ନେଇ ନୋଟିସ୍ ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ବୋଲି କୁହନ୍ତି।
ଏହି ଖବର ଜଣାପଡ଼ିବା ପରେ ଉଭୟଙ୍କର ଏକାଧିକ ଫଟୋ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।