Categories: ଜାତୀୟ

ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି କରୁଥିବା ୭୮୧୯ ଓ୍ବେବସାଇଟ୍‌ ବନ୍ଦ

ନୂଆଦିଲ୍ଲୀ, ୧୭।୯: ଦେଶରେ ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି କରୁଥିବା ଏବଂ ମିଥ୍ୟ ଖବର ପ୍ରସାରିତ କରୁଥିବା ୭୮୧୯ ଓ୍ବେବସାଇଟ୍‌ ପେଜ୍‌ ତଥା ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି। ଏହାଦ୍ୱାରା ହିଂସାକାଣ୍ଡ ଘଟୁଥିବାରୁ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୧୭ରୁ ୨୦୧୯ ଗତ ମଧ୍ୟରେ ୩ ବର୍ଷ ଏଭଳି କରାଯାଇଛି। ଏନେଇ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଶାମ୍‌ରୋ ଧୋତ୍ରେ ଲୋକ ସଭାରେ ସୂଚନା ଦେଇଛନ୍ତି। ସୋସିଆଲ୍‌ ମିଡ଼ିଆରେ ଏସବୁ ଓ୍ବେବସାଇଟ୍‌ ଗୁଡ଼ିକ ଦ୍ୱାରା ବିଭ୍ରାନ୍ତିକର ଖବର ପ୍ରଚାର କରାଯାଉଥିବା ସେ କହିଛନ୍ତି। ଗତ ୩ ବର୍ଷ ମଧ୍ୟରେ ଓ୍ବେବସାଇଟ୍‌ ଗୁଡ଼ିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇଟି ଅଧିନିୟମ-୨୦୨୦ର ଧାରା ୬୯-(କ) ଅନ୍ତର୍ଗତ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ୨୦୧୭ରେ ୧୩୮୫ ଓ୍ବେବସାଇଟ୍‌ ବନ୍ଦ ହୋଇଥିବା ବେଳେ ୨୦୧୮ରେ ୨୭୯୯ ଏବଂ ୨୦୧୯ରେ ୩୬୩୫ ଓ୍ବେବସାଇଟ୍‌ ପେଜ୍‌ ତଥା ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି ବୋଲି ଧୋତ୍ରେ ପ୍ରକାଶ କରିଛନ୍ତି।

Share