Categories: ଜାତୀୟ

ବିଶେଷଜ୍ଞଙ୍କ ବିନା ପରାମର୍ଶରେ ହାଇବ୍ରିଡ୍‌ ହିୟରିଂ ପାଇଁ ୭୯ କୋଟି ମଞ୍ଜୁରୀ, ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୧।୧୦: ହାଇବ୍ରିଡି ହିୟରିଂ ପାଇଁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଦିଲ୍ଲୀ ସରକାର ୭୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ସରକାରଙ୍କୁ ଏଭଳି କାହିଁକି ହୋଇଛି ବୋଲି ପ୍ରଶ୍ନ କରାଯାଇଛି। ଏନେଇ ବିଚାରପତି ବିପିନ ସାଙ୍ଘି ଏବଂ ଜସମିତ୍‌ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପକ୍ଷରୁ ଦିଲ୍ଲୀ ସରକାରଙ୍କଠାରୁ ଉତ୍ତର ଲୋଡ଼ା ଯାଇଛି।

ଏହା ଦ୍ୱାରା ଦିଲ୍ଲୀର ହାଇ କୋର୍ଟ ସମେତ ଅନ୍ୟ ନିମ୍ନ ଅଦାଲତରେ ଉପସ୍ଥିତ ରହି ଏବଂ ଭର୍ଚୁଆଲ ମାଧ୍ୟମରେ ଶୁଣାଣି କରାଯାଇ ପାରିବ। ତେବେ ଏହାର ଭିତ୍ତିଭୂମି ବିକାଶ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ ହୋଇଥିବାବେଳେ ଦିଲ୍ଲୀ ସରକାର ଏଭଳି କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅନୀଲ କୁମାର ହାଜ୍‌ଲେଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି।

ବିନା ପରାମର୍ଶରେ ସର୍ବସାଧାରଣଙ୍କ ଅର୍ଥର ଏଭଳି ବ୍ୟବହଶଣ ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ଖଣ୍ଡପୀଠ ହାଇକୋର୍ଟର ରେଜିଷ୍ଟାର ଜେନେରାଲଙ୍କୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଆବଶ୍ୟକସ୍ଥଳେ ବିଶେଜ୍ଞଙ୍କ ମତାମତକୁ ଦାଖଲ କରିବାକୁ ଖଣ୍ଡପୀଠ ଆଦେଶ ଦେଇଛନ୍ତି।

ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଇଜନୀବୀ ଶାହଦନ ଫାରାସତ୍‌ ଉପସ୍ଥିତ ରହି ଏସମ୍ପର୍କରେ ଅକ୍ଟୋବର ୨୯ରେ ଅତିରିକ୍ତ ମୁଖ୍ୟ ସଚିବ ଏବଂ ଅନ୍ୟ ଫୋରମ୍‌ର ପ୍ରତିନିଧିଙ୍କର ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ।

Share