କଟକ ସହରରୁ ଆଉ ୭୯ କରୋନା ପଜିଟିଭ ଚିହ୍ନଟ: ସ୍ଥାନୀୟ ସଂକ୍ରମିତ ୨୩

କଟକ ଅଫିସ, ୧୮।୮(ବ୍ୟୁରୋ): କଟକ ସରରରୁ ମଙ୍ଗଳବାର ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୨ ସରକାରୀ କ୍ୱାରାଣ୍ଟାଇନ, ୧୩ ହୋମ୍‌ କ୍ୱାରାଣ୍ଟାଇନ୍‌ ଓ ୨୩ ଲୋକାଲ କେସ୍‌ ରହିଛି। ଏ ନେଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।


ସୂଚନାଯୋଗ୍ୟ, ଆଜିସୁଦ୍ଧା ସିଏମ୍‌ସି ଅଞ୍ଚଳରୁ ୨୫୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଏବେ ୯୨୧ଜଣ ବିଭନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share