ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର ପାଳିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ନୂଆଦିଲ୍ଲୀସ୍ଥିତ ଭାରତ ସରକାରଙ୍କ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡ. ହିମାଂଶୁ ପାଠକ ଭର୍ଚୁଆଲ୍‌ରେ ଯୋଗଦେଇ କହିଲେ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ଭାରତକୁ ଖାଦ୍ୟଶସ୍ୟ, ମାଛ, ଉଦ୍ୟାନ କୃଷି ଫସଲ ଏବଂ ଦୁଗ୍ଧ ଉପତ୍ାଦନକୁ ଅନେକ ଗୁଣା ବୃଦ୍ଧି କରିବାରେ ସାହାଯ୍ୟ କରିଛି। ଅନୁଷ୍ଠାନର ପଦକ୍ଷେପ ମଧ୍ୟ ପ୍ରାକୃତିକ ସମ୍ପଦ ପରିଚାଳନା, ଜଳବାୟୁ ସ୍ଥିରତା ଏବଂ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ଆଣିଛି। ଏହି ଅବସରରେ ଡ. ପାଠକ ଦ୍ୱିତୀୟ ଡ. କେ. ରାମାୟା ଫାଉଣ୍ଡେସନ୍‌ ଦିବସର ବ୍ୟାଖ୍ୟାନ ମଧ୍ୟ ପ୍ରଦାନ କରିଥିଲେ।
ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଶିକ୍ଷା ବିଭାଗର ଉପମହାନିର୍ଦ୍ଦେଶକ ଡ. ଆର୍‌. ସି. ଅଗ୍ରୱାଲ କହିଲେ, ସମଗ୍ର ଦେଶରେ ଉଦ୍ୟାନ କୃଷି, ମତ୍ସ୍ୟପାଳନ ଏବଂ ପ୍ରାଣୀ ବିଜ୍ଞାନ ସହିତ କୃଷି କ୍ଷେତ୍ରରେ ଅନୁସନ୍ଧାନ ଏବଂ ଶିକ୍ଷାର ସମନ୍ବୟ, ମାର୍ଗଦର୍ଶନ, ପରିଚାଳନା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ହେଉଛି ସର୍ବୋଚ୍ଚ ସଂସ୍ଥା। ଏହା କୃଷି ଶିକ୍ଷାରେ ଉକତ୍ର୍ଷତା ବୃଦ୍ଧି କରିବାରେ ଦୀର୍ଘ ଦିନ ଧରି ପ୍ରମୁଖ ଭୁମିକା ଗ୍ରହଣ କରିଆସୁଛି। ଭାରତରେ କୃଷି ଶିକ୍ଷା ଏବଂ ଅନୁସନ୍ଧାନକୁ ଅଗ୍ରଗତି କରିବାରେ ଅନ୍ତର୍ଜାତୀୟ ସହଯୋଗ ଏବଂ ସହଭାଗିତାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।

ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସହାୟକ ମହାନିର୍ଦ୍ଦେଶକ ଡ. ଏସ୍‌. କେ. ପ୍ରଧାନ କହିଲେ, ଗୋଟିଏ ବର୍ଷରେ ୧୯ଟି ଧାନ କିସମର ବିକାଶ କରିବା ପାଇଁ ଏନ୍‌ଆର୍‌ଆର୍‌ଆଇର ପ୍ରୟାସ ପ୍ରଶଂସନୀୟ। ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ଜନସଂଖ୍ୟାର ବୃଦ୍ଧି ପରିପେକ୍ଷୀରେ ଖାଦ୍ୟ ସୁରକ୍ଷା ଏବଂ କୃଷି ସ୍ଥିରତା ହାସଲ କରିବା ବର୍ତ୍ତମାନର ଆହ୍ବାନ।

ଓୟୁଏଟିର କୁଳପତି ଡ. ପି. କେ. ରାଉଳ କହିଲେ, କୃଷି ସମସ୍ୟାର ସମାଧାନ, ଫସଲ ଉପତ୍ାଦନ ବୃଦ୍ଧି ଏବଂ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ଅତ୍ୟାଧୁନିକ ଗବେଷଣା ଚାଲୁରହିଛି। ଏହି ଅନୁଷ୍ଠାନ କୃଷକ ସମ୍ପ୍ରଦାୟ ମଧ୍ୟରେ ଏକ ଦୃଢ଼ ସମ୍ବନ୍ଧ ସ୍ଥାପନ କରିଚାଲିଛି ଯାହା କୃଷକମାନଙ୍କୁ ଉତ୍ପାଦନ ବୃଦ୍ଧି ତଥା ଅତିରିକ୍ତ ଆୟ ସୃଷ୍ଟି କରିବାରେ ସକ୍ଷମ କରୁଛି।

ଏଥିସହ କୋଲକାତାସ୍ଥିତ ଅଟାରୀର ନିର୍ଦ୍ଦେଶକ ଡ. ପି. ଦେ, କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥାର ନିର୍ଦ୍ଦେଶକ ଡ. ପି. କେ.ସାହୁ, ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନର ନିର୍ଦ୍ଦେଶକ ଡ. ଏ. ଷଡ଼ଙ୍ଗୀ, ଏଗ୍ରିଇନ୍ନୋଭେଟ ଇଣ୍ଡିଆ ଲିମିଟେଡ୍‌ର ସିଇଓ ଡ. ପି. ମଲ୍ଲିକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ୨୦ଟି ପୁସ୍ତକକୁ ଉନ୍ମୋଚିତ ହୋଇଥିଲା। ଏଥିସହ ୧୬ଜଣ ଅବସରପ୍ରାପ୍ତ କର୍ମଚାରୀ, ଅନୁଷ୍ଠାନର ୧୦ଜଣ ଶ୍ରେଷ୍ଠ କର୍ମୀ ଏବଂ ଦ୍ୱାଦଶ ଶ୍ରେଣୀର ଜଣେ ମେଧାବୀ ଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଡ. ରାହୁଲ ତ୍ରିପାଠୀ ଏବଂ ଡ. ଗୁରୁ ପ୍ରସନ୍ନ ପାଣ୍ଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri