୭କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରେଢାଖୋଲ,୨୨।୭(ଡି.ଏନ୍‌.ଏ.): ରେଢ଼ାଖୋଲ କନ୍ଧରା ଗ୍ରାମରେ ଅବକାରି ବିଭାଗର ଚଢ଼ାଉ। ଏହି ଚଢ଼ାଉରେ ୭କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ବୁଧବାର ଅପରାହ୍ନରେ ଅବକାରୀ ଇନ୍ସପେକ୍ଟର ଅନ୍ନପୁର୍ଣ୍ଣା ରଥ, ସବ୍‌ ଇନ୍ସପେକ୍ଟର ଓ କନେଷ୍ଟେବଳ ପ୍ରମୁଖ କଦଳିଗଡ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ କନ୍ଧରା ଗ୍ରାମ ନିକଟରେ ଶିବ ପ୍ରଧାନ(୫୨) ନାମକ ଜଣେ ବ୍ୟକ୍ତି ଏକ ଜରି ବସ୍ତାରେ ଗଞ୍ଜେଇ ଧରି ଚାଲି ଚାଲି ଯାଉଥିଲେ। ଅବକାରୀ କର୍ମଚାରୀଙ୍କୁ ସନ୍ଦେହ ହେବାରୁ ତାକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉକ୍ତ ଜରି ବସ୍ତାରେ ଗଞ୍ଜେଇଥିବା ଜଣାପଡିଥିଲା। ଏହାପରେ ପୋଲିସ ୭ କିଲୋଗ୍ରାମ ଜଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ରେଢାଖୋଲ ଏଡିଜେ ଅଦାଲତକୁ ଚାଲାଣ କରିଛି। ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନ କରା ନ ଯିବାରୁ ତାଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଥିବା ସୂଚନା ରହିଛି।

Share