Categories: ବାଣିଜ୍ୟ

ହୋଲି ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ଉପହାର: ବଢିବ ଦରମା, ପେନସନ, ଜାଣନ୍ତୁ ସମସ୍ତ ସୂଚନା

ନୂଆଦିଲ୍ଲୀ,୨୭।୨: ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଥିବା କେନ୍ଦ୍ରୀୟ କର୍ମଚାରୀମାନେ ଖୁବ୍‌ଶୀଘ୍ର ହୋଲି ଉପହାର ପାଇପାରନ୍ତି। ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ଆନୁଷ୍ଠାନିକ ଭାବେ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି। ଯାହା ସିଧାସଳଖ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଉପକୃତ କରିବ।

ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ସଂଶୋଧିତ ହୁଏ । ବର୍ଷର ପ୍ରଥମ ସଂଶୋଧନ ଜାନୁଆରୀରୁ କାର୍ଯ୍ୟକାରୀ ହୋଇଥିବାବେଳେ ଦ୍ୱିତୀୟ ପରିବର୍ତ୍ତନ ଜୁଲାଇରୁ କାର୍ଯ୍ୟକାରୀ କରାଯାଇଥାଏ। ଜାନୁଆରୀରୁ କାର୍ଯ୍ୟକାରୀ ହେବାକୁ ଥିବା ବୃଦ୍ଧି ସାଧାରଣତଃ ମାର୍ଚ୍ଚରେ ଘୋଷଣା କରାଯାଇଥାଏ । ମାର୍ଚ୍ଚରେ ହୋଲି ମହୋତ୍ସବ ଏବଂ ମାର୍ଚ୍ଚରେ ଲୋକ ସଭା ନିର୍ବାଚନ ମଧ୍ୟ ଘୋଷଣା କରାଯିବ ବୋଲି ଆଶା କରାଯାଉଛି, ଏହା ପରେ ଦେଶରେ ଆଚରଣ ବିଧି କାର୍ଯ୍ୟକାରୀ ହେବ। ଏଭଳି ପରିସ୍ଥିତିରେ ମାର୍ଚ୍ଚ ପ୍ରଥମ-ଦ୍ୱିତୀୟ ସପ୍ତାହରେ ମହଙ୍ଗା ଭତ୍ତା ବୃଦ୍ଧି ହେବାର ଘୋଷଣା କରାଯିବା ନେଇ ଆଶା କରାଯାଉଛି।

ବର୍ତ୍ତମାନ ମହଙ୍ଗା ଭତ୍ତା ହାର ୪୬ ପ୍ରତିଶତ । ଶେଷ ଥର ପାଇଁ ଅକ୍ଟୋବର ୨୦୨୩ ବୃଦ୍ଧି କରାଯାଇଥିଲା। ସେତେବେଳେ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ। ଯଦି ଏଥର ମଧ୍ୟ ୪ ପ୍ରତିଶତ ବୃଦ୍ଧି କରାଯାଏ, ତେବେ ମହଙ୍ଗା ଭତ୍ତା ବର୍ତ୍ତମାନ ୫୦ ପ୍ରତିଶତକୁ ବୃଦ୍ଧି ପାଇବ।

Share