Categories: ଜାତୀୟ

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ସରକାର

ନୂଆଦିଲ୍ଲୀ,୯।୭: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସିଖବର। କୁହାଯାଉଛି ଯେ, ସରକାରଙ୍କ ପକ୍ଷରୁ ମହଙ୍ଗା ଭତ୍ତା ଅର୍ଥାତ୍‌ ଡିଏରେ ବମ୍ପର ବୃଦ୍ଧି ହୋଇପାରେ। ସରକାର ବର୍ତ୍ତମାନ ଜୁଲାଇ ୨୩ରେ ଏହାର ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ଯେଉଁଥିରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା ହେବ ବୋଲି ଆଶା କରାଯାଉଛି।

ଯଦି ସରକାର ଡିଏକୁ ୪ ପ୍ରତିଶତ ବୃଦ୍ଧି କରନ୍ତି, ତେବେ ଏହା ୫୪ପ୍ରତିଶତକୁ ବୃଦ୍ଧି ପାଇବ, ଯାହା ବହୁ ପରିମାଣରେ ଲାଭବାନ ହେବ। ବର୍ତ୍ତମାନ କର୍ମଚାରୀମାନେ ୫୦ ପ୍ରତିଶତ ଡିଏର ଲାଭ ପାଇଛନ୍ତି । ଡିଏ ବୃଦ୍ଧି ପରେ ମୌଳିକ ଦରମା ମଧ୍ୟ ବୃଦ୍ଧି ପାଇବ, ଯାହା ଏକ ବଡ ଉପହାର ପରି ହେବ । ଯଦିଓ ସରକାର ଏଭଳି କିଛି କହିନାହାଁନ୍ତି, ତଥାପି ଗଣମାଧ୍ୟମ ରିପୋର୍ଟରେ ବଡ଼ ଦାବି କରାଯାଉଛି।

Share