Categories: ଜାତୀୟ

ମଧ୍ୟପ୍ରଦେଣ ଡାକ୍ତରଙ୍କୁ ମିଳିବ ୨୦୧୬ଠାରୁ ସପ୍ତମ ବେତନ କମିଶନ ଦରମା…

ଭୋପାଳ,୨୯।୮: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ରାଜ୍ୟର ମେଡିକାଲ କଲେଜଗୁଡ଼ିକର ଡାକ୍ତରମାନେ ୧ ଜାନୁୟାରୀ ୨୦୧୬ ଠାରୁ ପର୍ଯ୍ୟାୟକ୍ରମେ ଦରମା ବୃଦ୍ଧି ସହିତ ସପ୍ତମ ବେତନ କମିଶନ ଦରମା ପାଇବେ। ସେ କହିଛନ୍ତି ସମସ୍ତ ବିଭାଗର ଡାକ୍ତରମାନଙ୍କୁ ସମୟବଦ୍ଧ ବେତନ ଦିଆଯିବ ଏବଂ ପଦୋନ୍ନତି ବିନା ୫, ୧୦ ଏବଂ ୧୫ ବର୍ଷରେ ଏହା ବୃଦ୍ଧି କରାଯିବ।

ରିପୋର୍ଟ ଅନୁଯାୟୀ, ଭୋପାଳର ହାମିଦିଆ ହସ୍ପିଟାଲରେ ଗାନ୍ଧୀ ମେଡିକାଲ କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଯୋଗଦେଇ ଏହି ଘୋଷଣା କରିଛନ୍ତି। ୪୮୨ କୋଟି ଟଙ୍କାର ପ୍ରକଳ୍ପରେ ଜରୁରୀକାଳୀନ ଔଷଧ ବିଭାଗ ସହିତ ୨ ହଜାର ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିବ। ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ମେଡିକାଲ କଲେଜଗୁଡ଼ିକରେ ସହକାରୀ ପ୍ରଫେସରମାନଙ୍କର ଦରମା ପରିମାଣକୁ ବୃଦ୍ଧି କରାଯିବ ଏବଂ ଭୋପାଳର ୧୧ ନର୍ସିଂହୋମ ସ୍ଥାନାନ୍ତର ପାଇଁ ନିୟମ ସରଳ ହେବ ।

ଏହି ଅବସରରେ ରାଜ୍ୟ ମେଡିକାଲ ଶିକ୍ଷା ମନ୍ତ୍ରୀ ବିଶ୍ୱ ସାରଙ୍ଗ କହିଛନ୍ତି ମଧ୍ୟପ୍ରଦେଶ ଦେଶର ଦ୍ରୁତ ବିକାଶଶୀଳ ରାଜ୍ୟ ହୋଇପାରିଛି। ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ସିଏମ ଶିବରାଜ ନିରନ୍ତର କାର୍ଯ୍ୟ କରୁଛନ୍ତି। ହିନ୍ଦୀରେ ଏମବିବିଏସ ଶିକ୍ଷା ରାଜ୍ୟରେ ଆରମ୍ଭ ହୋଇଛି, ଯାହା ଦେଶର କୌଣସି ରାଜ୍ୟ ପାଇଁ ପ୍ରଥମ ଥର ଲାଗି ହୋଇଛି। ସାରଙ୍ଗ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ପରେ ଦେଶରେ ସ୍ବାସ୍ଥ୍ୟ ସେବାରେ ଅନେକ ଉନ୍ନତି ଘଟିଥିବାବେଳେ ମଧ୍ୟପ୍ରଦେଶର ମେଡିକାଲ କଲେଜ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

Share