ମିଳିବ ସପ୍ତମ ବେତନ କମିଶନ୍‌ ବକେୟା

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ୍‌ ଶେଷ ୨୦ ପ୍ରତିଶତ ବକେୟା ଦିଆଯିବ। ଏ ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ୮୦ ପ୍ରତିଶତ ବକେୟା ପାଇସାରିଥିବା କର୍ମଚାରୀ ଶେଷ ୨୦% ପାଇବେ। ଯାହା ଫଳରେ ୪ ଲକ୍ଷ ସରକାରୀ କର୍ମଚାରୀ ଏଥିରେ ଉପକୃତ ହେବେ । ଏଥିପାଇଁ ୮୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଣାପଡିଛି।

Share