Categories: Uncategorized

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତର ପ୍ରମୁଖ ଇ-ବାଣିଜ୍ୟ ମାର୍କେଟ ପ୍ଲେସ୍‌ ‘ମିଶୋ’ ଚଳିତ ବର୍ଷର ପାର୍ବଣ ପୂର୍ବରୁ ତା’ର ବିକ୍ରେତା ନେଟ୍‌ୱର୍କ ମାଧ୍ୟମରେ ୮.୫ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ବେଳେ ଦେଶର ଟାୟାର ୩ ଓ ୪ ଅଞ୍ଚଳଗୁଡ଼ିକ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଗତ ବର୍ଷ ତୁଳନାରେ ଚଳିତ ବର୍ଷର ଋତୁକାଳୀନ ନିଯୁକ୍ତିରେ ଏହା ପ୍ରାୟ ୭୦% ଅଧିକ ବୋଲି କୁହାଯାଉଛି।