୮ ମଦ୍ୟପ ଚାଳକ କୋର୍ଟ ଚାଲାଣ

ବଡ଼ବିଲ,୭ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ୮ ଜଣ ମଦ୍ୟପ ଚାଳକଙ୍କୁ ଗିରଫ କରି ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଜାଦ ବସ୍ତି ଅଞ୍ଚଳର ବିକାଶ ଗୋପ, ବଡ଼ବିଲ କେ-ଅଲି ମହଲ୍ଲା ଅଞ୍ଚଳର ରାଜୁ ପ୍ରସାଦ, ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଅଞ୍ଚଳର ସନ୍ତୋଷ ଟପ୍ପୋ, ବଡ଼ବିଲ ଓଜନ ଲାଇନ ଅଞ୍ଚଳର ବଜରଙ୍ଗୀ କୁମାର, ଦାମୁ ହଟିଂ ଅଞ୍ଚଳର ଲଳିତ ଲୋହାର, ଝାଡ଼ଖଣ୍ଡ ରାଜ୍ୟ ନୂଆଗଡ଼ ଥାନା ଅନ୍ତର୍ଗତ ଉସିଆ ଗ୍ରାମର କାହ୍ନୁ କେରାଇ, ଝିକପାଣି ଅଞ୍ଚଳର ମାଙ୍ଗା ସୈୟା ଏବଂ ବିହାର ରାଜ୍ୟ ରାହତାଜ ଅଞ୍ଚଳର ସୁନୀଲ କୁମାର। ଶୁକ୍ରବାର ସନ୍ଧ୍ୟାରେ ବଡ଼ବିଲ ପୋଲିସ ପକ୍ଷରୁ ଯାନବାହନ ତନଖି ବେଳେ ଏମାନେ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବାବେଳେ ଧରା ପଡ଼ିଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।

Share