ଦାରିଙ୍ଗବାଡ଼ି,୨୭ା୫(ଅରୁଣ ସାହୁ): କିଛିଦିନ ଧରି ଜଙ୍ଗଲରେ ଆତଙ୍କ ସୃଷ୍ଟି କରିବା ସହ ଜଙ୍ଗଲ କାଟି କନ୍ଧମାଳ ଜିଲାରୁ ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିଲା ଏହି ଖବର ବ୍ରାହ୍ମଣୀଗାଁ ବନାଞ୍ଚଳ ନିକଟରେ ପହଞ୍ଚିବା ପରେ ବିଭାଗ ପକ୍ଷରୁ ରାତ୍ରି ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିଲା। ଗୁଡ଼ିକିଆ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଏକ ମିନି ଟ୍ରକ୍ରେ ୨୪ ଖଣ୍ଡ ଶାଗୁଆନ କାଠଗଣ୍ଡି ଗଞ୍ଜାମ ଜିଲା ବଡ଼ଗଡ଼ ଅଞ୍ଚଳକୁ ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ ଏଥିରେ ସମ୍ପୃକ୍ତି ୮ ଜଣ ମାଫିଆଙ୍କୁ ବନ କର୍ମଚାରୀ ମାଡ଼ି ବସିଛନ୍ତି। କାଠଗଣ୍ଡି ସହ ଟ୍ରକ୍ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରାଯାଇଥିବା ବନାଞ୍ଚଳ ଅଧିକାରୀ ହରିହର ବେହେରା କହିଛନ୍ତି। ପ୍ରାୟ କାଠ ଗଣ୍ଡିର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି। ଗିରଫ ୮ ଜଣଙ୍କ ମଧ୍ୟରେ ବଡ଼ଗଡ଼ ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ,ଉପେନ୍ଦ୍ର ଗୌଡ଼,ଶରତ ସେଠୀ,ବାବୁଲା ସ୍ବାଇଁ,ଶିବ ଜେନା,କୃଷ୍ଣ ବିଶୋଇ,ବାବୁଲା ଘଡ଼େଇ ଏବଂ ଶଙ୍କର ପାତ୍ର ବୋଲି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ନାମରେ କେସ୍ ନଂ ୨୬/୨୪ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ବନାଞ୍ଚଳ ଅଧିକାରୀ।