Categories: ଜାତୀୟ

ନାବାଳକଙ୍କୁ ପରିସ୍ରା ପିଆଇ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଘଷିବା ମାମଲା: ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଲକ୍ଷ୍ନୌ,୮।୮: ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଅଞ୍ଚଳରେ ୨ ନାବାଳକଙ୍କୁ ଫାର୍ମ ମାଲିକ ଓ କେତେଜଣ ବ୍ୟକ୍ତି ମାଡ଼ ମାରି ପରିସ୍ରା ପିଆଇବା ସହ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଘଷିଥିବା ମାମଲାରେ ପୋଲିସ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୋମବାର ଫେରାର ଥିବା ସପ୍ପୁ ଓରଫ ଉବାଇଦୁର ରେହମାନ ଏବଂ ସଉଦ ପାଇଜଲକୁ ଗିରଫ କରାଯାଇଥିବା ବେଳେ ପୂର୍ବରୁ ୬ଜଣଙ୍କୁ ପୋଳିସ ଗିରଫ କରିଥିଲା।

ଗତ ଗୁରୁବାର ଫାର୍ମ ମାଲିକ ଗ୍ରାହକଙ୍କୁ କୁକୁଡ଼ା ବିକୁଥିବା ବେଳେ ୧୦ ଓ ୧୪ ବର୍ଷର ଦୁଇଜଣ ନାବାଳକ ଫାର୍ମରେ ଚୋରି କରିବାକୁ ପଶିଥିବା ଅଭିଯୋଗ ହୋଇଥିଲା। ସେତିକିବେଳେ ଫାର୍ମର ଲୋକମାନେ ନାବାଳକଙ୍କୁ ଗୋଡ଼ାଇ ଧରିଥିଲେ। ପରେ ସେମାନେ ଦୁଇ ନାବାଳକଙ୍କୁ ପରିସ୍ରା ପିଆଇବା ସହ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଘଷିଥିଲେ। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

Share