ରାଜ୍ୟ ଭିଜିଲାନ୍ସରେ ୮ ଏଏସ୍‌ପି, ୨୪ ଡିଏସ୍‌ପି,୧୬ ଏସ୍‌ଆଇ ପଦବୀ ହେବ ସୃଷ୍ଟି

ଭୁବନେଶ୍ୱର,୨ା୧(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସିଛନ୍ତି। ବିଶେଷକରି ଉଚ୍ଚସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଏଥିପାଇଁ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ବିଭିନ୍ନ ପଦବୀ ସଂଖ୍ୟା ବୃଦ୍ଧି କରାଯାଇ ନୂଆ ପଦବୀ ସୃଷ୍ଟି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ଭିଜିଲାନ୍ସରେ ୮ ଅତିରିକ୍ତ ଏସ୍‌ପି, ୨୪ ଡିଏସ୍‌ପି ଓ ୧୬ଟି ପୋଲିସ ସବ୍‌ଇନ୍ସପେକ୍ଟର ପଦବୀ ସୃଷ୍ଟି କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

Share