ମୁମ୍ବାଇ,୬।୫ : ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଭିଜା ପାସପୋର୍ଟ ବିନା ରହୁଥିବା ୬ ଜଣ ମହିଳାଙ୍କ ସମେତ ୮ଜଣ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରିଛି। ଏହି ସମସ୍ତ ବାଂଲାଦେଶୀ ନାଗରିକଙ୍କୁ ମୀରା ରୋଡର ନୟନଗରରୁ ଗିରଫ କରାଯାଇଥିଲା।
ଏହି ସମସ୍ତ ଆଠ ଜଣ ବ୍ୟକ୍ତି ଜୀବିକା ପାଇଁ ବେଆଇନ କାର୍ଯ୍ୟ କରୁଥିଲେ ବୋଲି ମାନବ ଚାଲାଣ ନିରୋଧୀ ସେଲର ବରିଷ୍ଠ ଇନ୍ସପେକ୍ଟର ସମର ଅହୀରରାଓ୍ବ କହିଛନ୍ତି। ସେ କହିଛନ୍ତି , ଭାରତୀୟ ପାସପୋର୍ଟ ଆକ୍ଟ ଏବଂ ବିଦେଶୀ ଅଧିନିୟମ ଅନୁଯାୟୀ ସମସ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।