Categories: ବାଣିଜ୍ୟ

ରୁଷିଆରେ ଫସିରହିଛି ତୈଳ କମ୍ପାନୀଙ୍କ ଲାଭାଂଶ

ନୂଆଦିଲ୍ଲୀ,୩୦ା୫: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଲାଗି ଅନେକ ସମସ୍ୟା ଦେଖାଦେଇଛି। ଏପରି କି ପାଶ୍ଚାତ୍ୟ କଟକଣା ଯୋଗୁ ରୁଷିଆ ଡଲାରର କାରବାର ବନ୍ଦ କରିଛି। ଫଳରେ ବିଦେଶୀ ପୈଠ ଅଟକି ଯାଇଥିବା ବେଳେ ଭାରତୀୟ ତୈଳ କମ୍ପାନୀଙ୍କ ଲାଭାଂଶ ଆୟ ବାବଦକୁ ୮ବିଲିୟନ ରୁବଲ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୧୦୦୦କୋଟି ଟଙ୍କା ସେଠାରେ ଫସିଯାଇଛି। ସାର୍ବଜନିକ ତୈଳ କମ୍ପାନୀଙ୍କ ଅନୁସାରେ ଭାରତୀୟ ତୈଳକମ୍ପାନୀଗୁଡିକ ରୁଷିଆରେ ୪ ଭିନ୍ନ ଭିନ୍ନ ପରିସମ୍ପତ୍ତିର ଅଂଶୀଦାର ଅଛନ୍ତି। ଭାରତ ଏ ବାବଦରେ ୫.୪୬ବିଲିୟନ ଡଲାରର ନିବେଶ କରିଛି।

Share