Categories: ଜାତୀୟ

ଭୂସ୍ଖଳନରେ ୮ କୋଠା କ୍ଷତିଗ୍ରସ୍ତ

ଶିମ୍‌ଲା,୨୪।୮: ହିମାଚଳପ୍ରଦେଶର କୁଲ୍ଲୁ ଜିଲା ଅଧୀନ ଅନ୍ନି ସହରରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ୮ କୋଠା କ୍ଷତିଗ୍ରସ୍ତ ହୋଇଛି। କୋଠାଗୁଡ଼ିକରେ ଫାଟ ସୃଷ୍ଟି ହେବା ସହ ଅସୁରକ୍ଷିତ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଗୁରୁବାର ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ଭୂସ୍ଖଳନ ଘଟିଥିଲେ ସୁଦ୍ଧା କୌଣସି ମୃତାହତ ସୂଚନା ମିଳିନାହିଁ।

କିଛି ଦିନ ତଳେ କେତେକ କୋଠା, ଦୋକାନ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା ବୋଲି ସ୍ଥାନୀୟ ଜିଲାପାଳ ନରେଶ ବର୍ମା କହିଛନ୍ତି। ୩୦୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଅସୁରକ୍ଷିତ କୋଠାଗୁଡିକ ଖାଲି କରାଯିବା ସହ କ୍ଷୟକ୍ଷତି ଆକଳନ କରାଯାଉଛି। ରାଜ୍ୟରେ ଦୀର୍ଘ ମାସେ ହେଲା ବର୍ଷା ବିତ୍ପାତ ଲାଗି ରହିଥିବା ବେଳେ ୨୩୮ଜଣ ଲୋକ ପ୍ରାଣ ହରାଇଛନ୍ତି। ୪୦ ଜଣ ଲୋକ ନିଖୋଜ ଅଛିନ୍ତି।

Share