ଭୁବନେଶ୍ୱର, ୧।୧ବ୍ୟୁରୋ): କୋରାପୁଟ ଜିଲା ବୋରିଗୁମ୍ମାା ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଚିକିତ୍ସା ଅଭାବରୁ ୮ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ(ଏନ୍ଏଚଆର୍ସି) ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ଘଟଣାରେ କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି। ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ’ଣ ସବୁୁ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଆକ୍ସନ ଟେକେନ୍ ରିପୋର୍ଟ(ଏଟିଆର) ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାନବିକ ଅଧିକାର କର୍ମୀ ଅଖଣ୍ଡ ଏନେଇ ଏନ୍ଏଚ୍ଆରସିଙ୍କ ନିକଟରେ ପିଟିଶନ କରିଥିଲେ।