ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଉପକୂଳରେ ଶୀତ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ତଳମୁହଁ। ରହିଛି। ରାଜ୍ୟର ୮ ସହରରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲ୍ସିୟସ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଶୁକ୍ରବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ସେହିପରି କୋରାପୁଟ ୯, ଦାରିଙ୍ଗବାଡ଼ି ୯.୫, ଭବାନୀପାଟଣା ୯.୮, ଅନୁଗୋଳ ୧୦, କେନ୍ଦୁଝର ୧୦.୮, ଝାରସୁଗୁଡ଼ା୧୦.୨, ଢେଙ୍କାନାଳ ୧୦.୨, ନୟାଗଡ଼ ୧୧.୭, ବଲାଙ୍ଗୀର ୧୧.୩, ବୌଦ୍ଧରେ ପାରଦ ୧୧ ଡିଗ୍ରୀ ସେଲ୍ସିୟସ ରହିଥିଲା। ଆସନ୍ତା ୨୪ ଘଣ୍ଟାରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର,ଭଦ୍ରକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ ଜିଲାର କେତେକ ସ୍ଥାନରେ କୁହୁଡ଼ି ସମ୍ଭାବନା ରହିଛି।