ମହିଳାଙ୍କ ମସ୍ତିଷ୍କରୁ ବାହାରିଲା ୮ ସେମି ଲମ୍ବ ପୋକ…

ସିଡନୀ,୨୯।୮ : ଜଣେ ମହିଳାଙ୍କ ମସ୍ତିଷ୍କରେ ଆଠ ସେମି ଲମ୍ବ ଜୀବନ୍ତ ପରଜୀବୀ (ପୋକ) ପାଇ ଅଷ୍ଟ୍ରେଲିୟ ନ୍ୟୁରୋ ସର୍ଜନମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ମହିଳାଙ୍କଠାରେ ସଫଳ ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ କହିଛନ୍ତି ଏହା ବୋଧହୁଏ ଦୁନିଆରେ ପ୍ରଥମ ଘଟଣା।

ବାସ୍ତବରେ ମହିଳା ଜଣକ ଆମ୍ନେସିଆ ଏବଂ ଡିପ୍ରେସନର ଶିକାର ହେବା ପରେ ଡାକ୍ତରଙ୍କ ପାଖକୁ ଆସିଥିଲେ। ମଣିଷଠାରେ ଏକ ନୂତନ ପରଜୀବୀ (ପୋକ) ସଂକ୍ରମଣର ବିଶ୍ୱର ପ୍ରଥମ ମାମଲା ଅଷ୍ଟ୍ରେଲିୟା ନ୍ୟାଶନାଲ ୟୁନିଭରସିଟି ଏବଂ କାନବ୍ରା ହସ୍ପିଟାଲର ଗବେଷକଙ୍କ ଦ୍ୱାରା ଆବିଷ୍କୃତ ହୋଇଛି।

୬୪ ବର୍ଷ ବୟସ୍କା ମହିଳାଙ୍କ ଅସ୍ତ୍ରୋପଚାର ପୂର୍ବରୁ ଡାକ୍ତରମାନେ ସ୍କାନ କରିବା ସମୟରେ ତାଙ୍କ ମସ୍ତିଷ୍କରେ ଜୀବନ୍ତ ଗୋଲାକାର ପୋକ ପାଇଥିଲେ। ଏହି ପ୍ରକାର ପରଜୀବୀ ସାଧାରଣତଃ ପାଇଥନରେ ଦେଖାଯାଇଥାଏ। ଫୁସଫୁସ, ଯକୃତ ଏବଂ ମହିଳାଙ୍କ ଅନ୍ୟ ଅଙ୍ଗରେ ଏପରି ଲାର୍ଭା ଥାଇପାରେ ବୋଲି ଡାକ୍ତରମାନେ ଆଶଙ୍କା ବ୍ୟକ୍ତ କରିଥିଲେ।

Share