୮ ଯୋଡ଼ିଙ୍କର ପଡ଼ିଲା ହାତଗଣ୍ଠି

ବାଲେଶ୍ୱର ଅଫିସ, ୧୬।୨: ବାଲେଶ୍ୱର ଆଇଟିଆଇସ୍ଥିତ ସୁପ୍ରତିକ ଅଫିସ୍‌ ପରିସରରେ ‘ରେବତୀ’ ଅନୁଷ୍ଠାନ ପକ୍ଷରୁ ସୋମବାର ଗଣବିବାହ ଆୟୋଜିତ ହୋଇଥିଲା। ଏଥିରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ୮ ଯୋଡ଼ିଙ୍କର ହାତଗଣ୍ଠି ପଡ଼ିଛି। ୫ଜଣ ବ୍ରାହ୍ମଣଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ‘ରେବତୀ’ର ସମ୍ପାଦିକା ସୁବାସିନୀ ଜେନା ଓ ମାର୍ଗଦର୍ଶକ ଇଂ. ରବୀନ୍ଦ୍ର କୁମାର ଜେନା କାର୍ଯ୍ୟ ସମ୍ପାଦନା କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକଙ୍କ ସହ ବହୁ ବୁଦ୍ଧିଜୀବୀ ଯୋଗଦେଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ଉଭୟ ବରକନ୍ୟାଙ୍କ ମା’ବାପା, ପରିବାର ଓ ବନ୍ଧୁବାନ୍ଧବ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିବର୍ଷ ଶ୍ରୀପଞ୍ଚମୀ ପୂର୍ବଦିନ ଗଣବିବାହ ଆୟୋଜନ ପାଇଁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇଛି।

Share