Categories: ଜାତୀୟ

ହଠାତ୍‌ ଫାଟିଲା ବାଦଲ, ୮ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ନିଖୋଜ

ସିମ୍‌ଲା, ୦୩।୦୮: ୱାୟନଡ଼ାରେ ଭୂସ୍ଖଳନର ବିଭୀଷିକା ପରେ ଏବେ ହିମାଚଳରେ ତାଣ୍ଡବ ରଚିଛି ପ୍ରକୃତି । ପ୍ରବଳ ବର୍ଷା ଲୋକଙ୍କ ଜୀବନ ନେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା କାରଣରୁ ୮ ଲୋକଙ୍କ ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ପାଣିପାଗ ବିଭାଗ ରାଜ୍ୟର କେତେକ ଜିଲାରେ ପ୍ରବଳ ବର୍ଷାନେଇ ଆଲର୍ଟ ଜାରି କରିଛି । ପ୍ରବଳ ବର୍ଷା କାରଣରୁ ଉଚ୍ଚ ପାହାଡ଼ରେ ଭୂସ୍ଖଳନ ହେବା ନେଇ ପ୍ରଶସନର ଚିନ୍ତା ବଢ଼ିଛି । ପହାଡ଼ିଆ ନିକଟସ୍ଥ ନଦୀଗୁଡ଼ିକ ଭରି ରହିଛି । ପର୍ଯ୍ୟଟକଙ୍କୁ ଏହି ସମୟରେ ବାହାରକୁ ବାହାରିବାକୁ ମନା କରାଯାଇଛି ।

ରାଜ୍ୟର ଜରୁରୀକାଳିନ ସ଼୍ବତନ୍ତ୍ର ଅଧିକାରୀ ଡିସି ରାଣା ଏନେଇ କହିଛନ୍ତି ଯେ, ସିମ୍‌ଲା ଜିଲାର ସମେଜ ଅଞ୍ଚଳ, ରାମପୁର ଅଞ୍ଚଳ, କଲ୍ଲୁର ପାଘିପୁଲ ଅଞ୍ଚଳ ଏବଂ ମଣ୍ଡିର ପଦ୍ଦାର ଅଞ୍ଚଳ ବାଦଲ ଫାଟିବାରୁ ବ୍ୟାପକ କ୍ଷତି ହୋଇଛି । ୫୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବା ବେଳେ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୬୦ରୁ ଅଧିକ ଘର ଭାସିଯାଇଛି । ଅନେକ ଗାଁ ଜଳମଗ୍ନ ହୋଇଛି । ଏନ୍‌ଡିଆରଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡ଼ିଛି ।

 

Share