ବାଲେଶ୍ୱର ଅଫିସ,୨୨।୧: ବାଲେଶ୍ୱର ଜିଲା ସୋର ଅନ୍ତର୍ଗତ ଏନଏଚ୍-୧୬ ବିଦୁଠାରେ ଶନିବାର ଭୟଙ୍କର ଦୁର୍ଘଟଣା ଘଟିଛି। ବସ୍କୁ କୋଇଲା ବୋଝେଇ ଟ୍ରକ୍ ଧକ୍କାଦେବା ଫଳରେ ଭାରସାମ୍ୟ ହରାଇ ନୟନଯୋରିରେ ଉଭୟ ବସ୍ ଓ ଟ୍ରକ୍ ଓଲଟି ପଡ଼ିଛନ୍ତି। ତଳେ ଚାପି ହୋଇ ୮ରୁ ୧୦ ଜଣଙ୍କ ଜୀବନ ଯାଇଥିବା କୁହାଯାଇଛି। ବସ୍ରେ ଥିବା ଆଉ କିଛି ଯାତ୍ରୀ ବସ୍ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ସୋର ଅଗ୍ନିଶମ କର୍ମଚାରୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଛନ୍ତି। ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଛି। ତେବେ ବସ୍ରେ କେତେ ଜଣ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ଜଣାପଡିନାହିଁ। ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଉଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି ।