ଭଦ୍ରକ ଅଫିସ,୨୦ା୮: ଭଦ୍ରକ ଜିଲାରେ ଶନିବାର ପ୍ରବଳ ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ୨ ଓଡ୍ରାଫ ଟିମ୍ ଓ ୮ଟି ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଓଡ୍ରାଫ ଟିମ୍ ପହଞ୍ଚିବା ପରେ ଜିଲା ସ୍କୁଲରେ ସେମାନଙ୍କୁ ରଖାଯାଇଛି । ଜିଲାର ତିହିଡ଼ି, ଚାନ୍ଦବାଲି ଓ ଧାମନଗର ବ୍ଲକର ୩୧ଟି ଗାଁ ପ୍ରଭାବିତ ହେବା ଆଶଙ୍କା କରି ଜିଲାପାଳଙ୍କ ନିର୍ଦ୍ଦେଶାନୁସାରେ ଆଜି ସ୍କୁଲ ବନ୍ଦ ରହିଛି। ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇ ତଳ ଅଞ୍ଚଳ ତଥା କଚ୍ଚାଘରେ ରହିଥିବା ଲୋକଙ୍କୁ ସ୍ଥନାନ୍ତର ପାଇଁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।