Categories: ଫୁରସତ

୮ ଫୁଟ୍‌ର ଆଇଫୋନ୍‌

ନ୍ୟୁୟର୍କ: ୮ ଫୁଟ୍‌ର ଆଇଫୋନ୍‌କୁ ନେଇ ଏବେ ନ୍ୟୁୟର୍କର ୟୁଟ୍ୟୁବର ମଥେଉ ବିମ୍‌ ଚର୍ଚ୍ଚାକୁ ଆସିଛନ୍ତି। ଆଇ-ଫୋନ୍‌ ୧୪ ପ୍ରୋ ମାକ୍ସର ଏହି ମଡେଲ ସାଧାରଣ ଫୋନ୍‌ ଭଳି କାମ କରୁଛି। ଫୋନ୍‌ରେ କ୍ୟାମେରା ଥିବାବେଳେ ସେଲ୍‌ଫି ପାଇଁ ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି। ସାଧାରଣ ଫୋନ୍‌ ଭଳି ଅନ୍ୟ ଫିଚର୍ସ ମଧ୍ୟ ଏହି ଫୋନ୍‌ରେ ରହିଛି। କିନ୍ତୁ ଜଣଙ୍କ ପକ୍ଷେ ଏହାକୁ ଟେକି ନେବା ସହଜ ନୁହେଁ। ଫୋନ୍‌ଟି ଖୁବ୍‌ ଭାରି ।
ଏହି ବିରାଟକାୟ ଫୋନ୍‌ରେ ସେଲ୍‌ଫି ନେବା କଷ୍ଟକର ବୋଲି ବିମ୍‌ କହିଛନ୍ତି। ୨୦୨୦ରେ ଜେଡ୍‌ଏଚ୍‌ସି ନାମରେ ଜଣେ ୟୁଟ୍ୟୁବର ୬ ଫୁଟ୍‌ର ମାବାଇଲ୍‌ ତିଆରି କରି ରେକର୍ଡ କରିଥିଲେ। ପୂର୍ବ ରେକର୍ଡକୁ ଭାଙ୍ଗିବାକୁ ଯାଇ ବିମ୍‌ ୮ ଫୁଟ୍‌ର ଫୋନ୍‌ ତିଆରି କରିଥିବା କହିଛନ୍ତି।

Share