୮ ଫୁଟ କମ୍ବ ର ଅଜଗର ଉଦ୍ଧାର: ଗ୍ରାମବାସୀ ଭୟଭୀତ

ପାଟଣା,୧୯।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ ଫୁଲପାହାଡ଼ି ଗ୍ରାମପଡ଼ିଆରୁ ବୁଧବାର ସକାଳୁ ୮ ଫୁଟ ଲମ୍ବର ଏକ ଅଜଗର ଉଦ୍ଧାର ହୋଇଛି। ପରେ ବନ ବିଭାଗ ପୁରୁଣିଆ ସଂରକ୍ଷିତ ଜଙ୍ଗଲରେ ତାକୁ ଛାଡିଦେଇଛି। ସୂଚନା ଅନୁଯାୟୀ ବୁଧବାର ସକାଳୁ ଏକ ଅଜଗର ସାପକୁ ଗାଁ ନିକଟ ପଡ଼ିଆରେ ଦେଖି ଗ୍ରାମବାସୀ ଭୟଭୀତ ହୋଇଥିଲେ ପରେ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ସାହାରପଡା ଫରେଷ୍ଟର ମୋହିନୀ ମହାନ୍ତ ଓ ସ୍ନେକ ହେଲ୍ପଲାଇନ ଗ୍ରାମରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରଥିଲେ। ପରେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share