ମନକୁ ଖୁସି ରଖିବ ୮ ଅଭ୍ୟାସ

ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ବାସ୍ଥ୍ୟ ସହିତ ସୁସ୍ଥ ମନର ସମ୍ପର୍କ ଅତି ନିବିଡ଼। କଥାରେ ଅଛି ମନ ଭଲ ନ ଥିଲେ ଦୁନିଆର ସବୁ ସୁଖ ବି ତୁଚ୍ଛ ଲାଗେ। ମନ ଭଲ ରହିବା ପାଇଁ ଶରୀରରେ କ୍ଷରଣ ହେଉଥିବା କେତେକ ହରମୋନ୍‌ ଦାୟୀ। ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ବିଶ୍ୱସ୍ତରରେ ଓ୍ବାଲର୍‌ଡ ମେଣ୍ଟାଲ ହେଲ୍‌ଥ ଡେ( ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ) ପାଳନ ପାଇଁ ୧୯୯୨ ଅକ୍ଟୋବର ୧୦ରେ ଓ୍ବାଲର୍‌ଡ ଫେଡେରେଶନ ଫର୍‌ ମେଣ୍ଟାଲ ହେଲ୍‌ଥର ତତ୍କାଳୀନ ଉପମହାସଚିବ ରିଚାର୍ଡ ହଣ୍ଟରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିନଟି ପାଳିତ ହେଉଛି। ଏହି ଦିବସ ପାଳନ ଅବସରରେ ଦୈନଦିନ ଜୀବନରେ କେତେକ ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ଯାହାଦ୍ୱାରା ମାନସିକ ସ୍ବାସ୍ଥ୍ୟ ଭଲ ରହିବ। ଚିକିତ୍ସା ବିଜ୍ଞାନ ଅନୁସାରେ ୮ଟି ଅଭ୍ୟାସ ଦ୍ୱାରା ମାନସିକ ସ୍ଥିତି ଭଲ ରହିଥାଏ। ସେଗୁଡ଼ିକ ହେଉଛି, ନିୟମିତ ଯୋଗ, ବାଦ୍ୟଯନ୍ତ୍ର ବଜାଇବା, ସମୟ ମିଳିଲେ ଖାଦ୍ୟ ରାନ୍ଧିବା, ଫଟୋଗ୍ରାଫି, ଡ୍ରଇଂ ଏବଂ ପେଣ୍ଟିଂ କରିବା, ଲେଖାଲେଖି, ଗାର୍ଡେନିଂ, ଡ୍ୟାନ୍ସ କରିବା ଆଦି। ଏହାଦ୍ୱାରା ମାନସିକ ସ୍ଥିତି ସୁସ୍ଥ ରହିଥାଏ।