ଭଦ୍ରକ ଅଫିସ,୫ା୧୨: ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ଭଦ୍ରକ ସହର ବନ୍ଦ କରାଯାଇଛି। ଦୀର୍ଘଦିନ ଧରି ଏହି ଦାବି ପୂରଣ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରୁଥିବାରୁ ଏହି ବନ୍ଦ ପାଳନ କରାଯାଇଛି। ଏହି ଅବସରରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ କଂଗ୍ରେସ ଜିଲା ସଭାପତି ସୁବ୍ରତ ଦାସ, ଭଦ୍ରକ ବିଧାନସଭା କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି, ପୌରାଧ୍ୟକ୍ଷା ଗୁଲମକ୍କି ହବିବ୍ ପ୍ରମୁଖ ଯୋଗ ଦେଇଛନ୍ତି।