Advertisement

ଚାଷୀ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଉପବାସ: ଗାଜିପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପୁଣ୍ୟତିଥି ଅବସରରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ୮ ଘଣ୍ଟିଆ ଉପବାସ କରିଛନ୍ତି। ପୂର୍ବାହ୍ନ ୯ଟାଠାରୁ ଉପବାସ ଆରମ୍ଭ ହୋଇଥିବାବେଳେ ଏହା ଅପରାହ୍ନ ୫ଟା ଶେଷ ହେବ। ଆନ୍ଦୋଳନକାରୀମାନେ ଶନିବାରକୁ ସଦ୍‌ଭାବନା ଦିବସ ଭାବେ ପାଳନ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗାଜିପୁର ବର୍ଡର ସମେତ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଗାଜିପୁର ବର୍ଡର ଖାଲି କରିବାକୁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ୍‌କୁ ନେଇ କିଷାନ ଆନ୍ଦୋଳନ କମିଟି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। କମିଟି କହିଛି ଯେ, ସରକାର ଏକଛତ୍ରବାଦୀ ଶାସକ ଭଳି ଜିଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ଏହି ନୋଟିସ୍‌ ଜାରି କରିଛନ୍ତିି। ତେବେ ସମୟ ଆସିଲେ ଏହାର ଠିକ ଉତ୍ତର ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share