ପଞ୍ଜାବରେ ୮ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ଚଣ୍ଡିଗଡ଼,୭।୪: ଦିଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ୍‌ କର୍ଫ୍ୟୁ ଜାରି ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଞ୍ଜାବ ସରକାରଙ୍କ ପକ୍ଷରୁ ରାଜ୍ୟରେ ୮ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି। ନାଇଟ୍‌ କର୍ଫ୍ୟୁ ରାତ୍ର ୯ରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଏଭଳି ସ୍ଥିତି ରାଜ୍ୟରେ ଜାରି ରହିବ। ତେବେ ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ପୂର୍ବପରି ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Share