୮ଘଣ୍ଟା ପରେ ଉଦ୍ଧାର ହେଲା ଭାଲୁ

ଝରିଗାଁ, ୧୧।୬: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅଧୀନ ରାଣୀଚଚରା ଗ୍ରାମକୁ ପଶି ଆସିଥିଲା ଶୁକ୍ରବାର ଏକ ଭାଲୁ। ଗ୍ରାମବାସୀ ଭାଲୁକୁ ଦେଖି ପାଟି କରିଥିଲେ। ଫଳରେ ଭାଲୁଟି ଗାଁର ଯୋଗେନ୍ଦ୍ର ସାନ୍ତା ଓ ଲକ୍ଷ୍ମଣ ସାନ୍ତାଙ୍କ ଘର ସନ୍ଧିରେ ପଶି ଯାଇଥିଲା। ପରେ ଗ୍ରାମବାସୀ ସାହସ କରି ସନ୍ଧିଟିକୁ ଏକ ଖଟିଆରେ ଅବରୋଧ କରିଥିଲେ। ଭାଲୁଟି ଫୁପୁଗାଁ ଜଙ୍ଗଲରୁ ପଳାଇ ଆସିଥିବା ଗ୍ରାମବାସୀ ଅନୁମାନ କରି ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ମେଦନା ଫେରେଷ୍ଟର ଗୋବିନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ବନକର୍ମଚାରୀଙ୍କ ସହ ଏକ ସ୍ବତନ୍ତ୍ର ଟିମ୍‌ ଦୀର୍ଘ ୮ଘଣ୍ଟା ପରିଶ୍ରମ ପରେ ଭାଲୁଟିକୁ ଉଦ୍ଧାର କରିଥିଲେ। ଭାଲୁଟିର ବୟସ ପ୍ରାୟ ୫ ହେବ। ଶନିବାର ଭାଲୁର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ଜଙ୍ଗଲକୁ ଛାଡଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share