ବର୍ଷାରେ ଭାଙ୍ଗିଲା ୮ ଘର: ଭାସିଗଲା ସ୍କୁଟି

କୋରାପୁଟ,୭।୯(ଅମିତାଭ ବେହେରା): କୋରାପୁଟ ଜିଲାରେ ଗୁରବାର ୧୦୨୫ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲାର ସେମିଳିଗୁଡ଼ାରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ସେମିଳିଗୁଡ଼ା ବ୍ଳକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ବର୍ଷାରେ ଏକ ସ୍କୁଟି ଭାସିଯାଇଥିଲା। ହେଲେ କେତେଜଣ ସ୍ଥାନୀୟ ଯୁବକ ସ୍କୁଟି ଚାଳକ ଓ ସ୍କୁଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ସେହିପରି ବର୍ଷା ପାଣି ବହୁ ଦୋକାନରେ ପଶି ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଖବର ପାଇ ସେମିଳିଗୁଡ଼ା ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପମ୍ପ ସାହାର୍ଯ୍ୟରେ ଦୋକାନରୁ ପାଣି ନଷ୍କାସନ କରିଥିଲେ।

ଏପରି କି ପ୍ରବଳ ବର୍ଷାରେ ଅଞ୍ଚଳରେ ୮ଟି ଘର ଭାଙ୍ଗିଥିବା ସୂଚନା ମିଳିଛି। ସେଥିମଧ୍ୟରୁ ସେମିଳିଗଡ଼ା ବ୍ଲକର ଚାରାଙ୍ଗୁଲ ପଞ୍ଚାୟତର ହଞ୍ଜାରିଗୁଡା ଗ୍ରାମର ଚନ୍ଦ୍ରମା ଟାକ୍ରୀ ଓ ମୁକ୍ତା ଖରାଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଚାରାଙ୍ଗୁଲ ପଞ୍ଚାୟତର ଗୌଡଗୁଡ଼ା ଗ୍ରାମର ଦମୟ ଗୌଡ଼ ଏବଂ ରେଙ୍ଗା ପଞ୍ଚାୟତର ମାଲିଗୁଞ୍ଜା ଗ୍ରାମର ଧନୁର୍ଜୟ ଖିଲଙ୍କ ଘର ଭାଙ୍ଗିଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରୀପାଠି ପ୍ରକାଶ କରିଛନ୍ତି। ସେହିପରି ଜିଲାର ଜୟପୁର ଅଞ୍ଚଳରେ ଏବଂ ବୈପାରିଗୁଡା ବ୍ଲକ ଅଞ୍ଚଳରେ ମଧ୍ୟ ବର୍ଷା ଯୋଗୁ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।

Share