Categories: ଜାତୀୟ

୮ ଆଇଏଏସ୍‌ ଅଧିକାରୀ ଦୋଷୀ ସାବ୍ୟସ୍ତ

ଭୋପାଳ,୩୧ା୩: ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଗୁରୁବାର ୮ ଜଣ ଆଇଏଏସ ଅଧିକାରୀଙ୍କୁ କୋର୍ଟର ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ହାଇକୋର୍ଟ ଏହି ସମସ୍ତ ଅଧିକାରୀଙ୍କୁ ଦୁଇ ସପ୍ତାହ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ଅଧିକାରୀମାନେ କୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ, ଏହା ପରେ କୋର୍ଟ ଦୟା ପୂର୍ବକ ଏହାର ଆଦେଶକୁ ସଂଶୋଧନ କରି ଡାକ୍ତରଖାନାରେ ଏକ ବର୍ଷ ପାଇଁ ସାମାଜିକ ସେବା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share