କତାରରେ ୮ ଭାରତୀୟଙ୍କୁ ଫାଶୀଦଣ୍ଡ

ଦୋହା,୨୬।୧୦: କତାରରେ ୮ ଜଣ ଭାରତୀୟଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, ମୃତ୍ୟୁଦଣ୍ଡ ନିଷ୍ପତ୍ତିକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ବିସ୍ତୃତ ନିଷ୍ପତ୍ତି ପାଇଁ ଅପେକ୍ଷା କରିଛୁ। ଆମେ ପରିବାର ସଦସ୍ୟ ଏବଂ ଆଇନ ଟିମ୍‌ ସହ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ କରୁଛୁ। ଆମେ ଏହି ବିଷୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରୁଛୁ ଏବଂ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ। ସମସ୍ତ କନସୁଲାର ଏବଂ ଆଇନଗତ ସହାୟତା ପ୍ରଦାନ ଜାରି ରଖିବ। ଭାରତ କତାର କର୍ତ୍ତୃପକ୍ଷଙ୍କ ସହ ଏହି ନିଷ୍ପତ୍ତି ମଧ୍ୟ ଉଠାଇବ।

Share