ଭୋଜି ଖାଇ ଫେରୁଥିଲେ: ଓଲଟିଲା ଅଟୋ

ଗଞ୍ଜାମ,୭ା୩(ଡି.ଏନ୍‌.ଏ.): ଛତ୍ରପୁର ବ୍ଲକ ସିନ୍ଦୁରପୁର ଗ୍ରାମରୁ ଏକ ବିଭାହ ଭୋଜି ଖାଇ ଫେରୁଥିବା ବଳେ ୧୬ ନମ୍ବର ଜାତୀୟ ରାଜପଥ ରାଜପଥ ଥାନା ନିକଟରେ ଏକ ଅଟୋ ଓଲଟି ପଡିଥିଲା। ଅଟୋରେ ବସିଥିବା ଡ୍ରାଇଭରଙ୍କ ସମେତ ସମସ୍ତ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେଥିରୁ ସୁକାନ୍ତି ବେହେରା ଗୁରୁତର ଅଛନ୍ତି। ଗଞ୍ଜାମ ଆଇଆଇସି ସନ୍ତୋଷ କୁମାର ବେହେରା ଏବଂ ଜାତୀୟ ରାଜପଥ ପାଟ୍ରୋଲିଂ ଅଫିସର ଦେବରାଜ ସାହୁ, ସୁମୂନାଥ ରେଡ଼ି, ରାହୁଲ ସେଠୀ ଏବଂ ଗଙ୍ଗରାମ ରାଓ ପ୍ରମୁଖ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇଥିଲେ। ଛତ୍ରପୁର ଥାନା ସିନ୍ଦୁରପୁର ଗ୍ରାମରୁ ଭୋଜି ଖାଇ ଅରୁଣପୁରକୁ ଦୁଇଟି ପରିବାର ଫେରୁଥିବା ବେଳେ ଅଟୋଟି ପ୍ରାୟ ୧୦ ଫୁଟ ତଳକୁ ଓଲଟି ପଡ଼ିଥିଲା।