Categories: ଜାତୀୟ

କିରାଣିଙ୍କ ଘରୁ ୮ କିଲୋ ସୁନା, ୨.୧୭ କୋଟି ଟଙ୍କା ଜବତ

ଭୋପାଳ, ୩୦।୫ : ଏକ ଲାଞ୍ଚ ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ମଧ୍ୟପ୍ରଦେଶର ଭୋପାଳରେ ଜଣେ ସରକାରୀ କିରାଣିଙ୍କ ଘରେ ଚଢ଼ାଉ କରି ୨.୧୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ୮ କିଲୋଗ୍ରାମ ସୁନା ଅଳଙ୍କାର ଜବତ କରିଛି। ଏଥିସହିତ ସେଠାରୁ ଟଙ୍କା ଗଣା ମେଶିନ ମଧ୍ୟ ସିବିଆଇ ଅଧିକାରୀମାନେ ଜବତ କରିଛନ୍ତି। ଭାରତର ଖାଦ୍ୟ ନିଗମ (ଏଫସିଆଇ) ଲାଞ୍ଚ କାରବାର ମାମଳାରେ ପୂର୍ବରୁ ୪ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ଶନିବାର ଚଢ଼ାଉ ବେଳେ ଏଫ୍‌ସିଆଇ କିରାଣି କିଶୋର ମୀନାଙ୍କ ଘରୁ ଏହି ନଗଦ ଟଙ୍କା ଜବତ ହୋଇଛି।

Share