୬ ହଜାର କୋଟିର ୮ ବୃହତ୍‌ ଶିଳ୍ପ ଅଚଳ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟରେ ୨୦୦୪ରୁ ୨୦୦୯ ମଧ୍ୟରେ ଅନୁମୋଦନ ପାଇଥିବା ୮ଟି ବୃହତ୍‌ ଥର୍ମାଲ ଓ ଇସ୍ପାତ୍‌ ଶିଳ୍ପ ସଂସ୍ଥା ଅଚଳ ହୋଇଯାଇଛି। ସେଥିରୁ ୭ଟି ଇସ୍ପାତ୍‌ ଶିଳ୍ପ ହୋଇଥିବା ବେଳେ ଗୋଟିଏ ଥର୍ମାଲ ପାଓ୍ବାର ବନ୍ଦ ହୋଇଯାଇଛି। ସେହି ଶିଳ୍ପସଂସ୍ଥାଗୁଡ଼ିକ ହେଲା ଝାରସୁଗୁଡ଼ାର ଆକ୍ସନ ଷ୍ଟିଲ୍‌ ଆଣ୍ଡ ପାଓ୍ବାର, କେନ୍ଦୁଝରର ଦୀପକ ଷ୍ଟିଲ୍‌ ଆଣ୍ଡ ପାଓ୍ବାର, ଝାରସୁଗୁଡ଼ାର ଜେନ୍‌ ଷ୍ଟିଲ୍‌ ଆଣ୍ଡ ପାଓ୍ବାର, କଟକର ମାହେଶ୍ୱରୀ ଇସ୍ପାତ୍‌, ଝାରସୁଗୁଡ଼ାର ଏମ୍‌ଏସ୍‌ପି ମେଟାଲିକ୍ସ, କେନ୍ଦୁଝରର ଓଡ଼ିଶା ସ୍ପଞ୍ଜ ଆଇରନ ଆଣ୍ଡ ଷ୍ଟିଲ୍‌, ସମ୍ବଲପୁରର ରଥି ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଏବଂ ଝାରସୁଗୁଡ଼ାର ଇଣ୍ଡ ଭାରତ ଏନର୍ଜୀ। ଏହି ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରକଳ୍ପ ମୂଲ୍ୟ ୬୪୫୦ କୋଟି ଟଙ୍କା ହୋଇଥିବା ବେଳେ ୧୦୮୫ ଜଣଙ୍କୁ ନିଯୁକ୍ତି ଦେବାର କ୍ଷମତା ଥିଲା। ତେବେ ଏହି ଶିଳ୍ପ ସଂସ୍ଥାଗୁଡ଼ିକ ଦୀର୍ଘ ବର୍ଷ ପରେ ମଧ୍ୟ ଉତ୍ପାଦନକ୍ଷମ ହୋଇପାରିନାହାନ୍ତି। ବିଜେଡି ସଭ୍ୟ ରମେଶ ଚନ୍ଦ୍ର ବେହେରାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

Share