Categories: ଜାତୀୟ

ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନର ୮ ସିଂହ କରୋନା ପଜିଟିଭ୍‌

ହାଇଦ୍ରାବାଦ,୪।୫: ସେଲ୍ୟୁଲାର୍‌ ଏବଂ ମୋଲିକୁଲାର ବାୟୋଲୋଜି (ସିସିଏମ୍‌ବି) ସେଣ୍ଟରରୁ ଜଣାପଡ଼ିଛି ଯେ, ସହରର ନେହେରୁ ପ୍ରାଣୀ ଉଦ୍ୟାନ (ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ)ର ୮ ଏସିଆନ ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ଭାରତରେ ପ୍ରଥମ।

ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ କାହାର ଅବସ୍ଥା ଗୁରୁତର ନୁହେଁ ଏବଂ ସମସ୍ତେ ଭଲ ଅଛନ୍ତି। ସୌଭାଗ୍ୟବଶତଃ ଏହି ସମସ୍ତ ସିଂହ ବର୍ତ୍ତମାନ ସ୍ବାଭାବିକ ଭାବରେ ସେମାନଙ୍କର ଖାଦ୍ୟ ବି ଖାଉଛନ୍ତି।

ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ସିସିଏମ୍‌ବିର ନିର୍ଦ୍ଦେଶକ ଡ ରାକେଶ ମିଶ୍ର କହିଛନ୍ତି ଯେ, ଏହି ସିଂହମାନଙ୍କୁ ଯୋଗାଇ ଦିଆଯାଉଥିବା ମାଂସ ଦ୍ୱାରା ମଣିଷଙ୍କଠାରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସେ କହିଛନ୍ତି, ଆମେ ଆମର ଅନୁସନ୍ଧାନକୁ ସମ୍ପୃକ୍ତ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିସାରିଛୁ। ସାରା ଦେଶରେ ପର୍ଯ୍ୟଟକଙ୍କ ପାଇଁ ପ୍ରାଣୀ ଉଦ୍ୟାନ ବନ୍ଦ, ସମସ୍ତ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା, ଖାଦ୍ୟର ଯାଞ୍ଚ ଏବଂ ପ୍ରାଣୀମାନଙ୍କ ଯତ୍ନ ନେବାକୁ ମଧ୍ୟ ପରାମର୍ଶ ଦେଇଛୁ।

Share