Categories: ଖେଳ

ଜାତୀୟ କରାଟେରେ ଓଡ଼ିଶାକୁ ୮ ପଦକ

ଭୁବନେଶ୍ୱର,୨୦ା୨(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତରାଖଣ୍ଡର ଡେରାଡୁନରେ ଶେଷ ହୋଇଥିବା ଜାତୀୟ ସିନିୟର ଓ ୨୧ ବର୍ଷରୁ କମ କରାଟେ ପ୍ରତିଯୋଗିତାରେ ଓଡିଶାର କରାଟେକା ମୋଟ ୮ ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ସ୍ବର୍ଣ୍ଣ, ୨ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ରହିଛି। ରବିବାର ପ୍ରତିଯୋଗିତାର ଅନ୍ତିମ ଦିନରେ ଓଡିଶା ୧ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ହାସଲ କରିଥିଲା।

ସିନିୟର ମହିଳା ୫୦ କିଲୋ ଫାଇଟିଙ୍ଗ ବର୍ଗରେ ଲୋମା ସାଇଁ ରୋପ୍ୟ, ସିନିୟର ପୁରୁଷ ୫୫ କିଲୋ ଫାଇଟିଙ୍ଗ ବର୍ଗରେ ଭଗବାନ ରେଡ୍ଡୀ ବ୍ରୋଞ୍ଜ ପଦକ, କୃଷ୍ଣ ଚନ୍ଦ୍ର ନାୟକ ୬୦ କିଲୋ ପୁରୁଷ ଫାଇଟିଙ୍ଗ ବର୍ଗରେ ବ୍ରୋଞ୍ଜ ପଦକ ଓ ସିନିୟର ପୁରୁଷ ୮୪ କିଲୋ ଫାଇଟିଙ୍ଗ ବର୍ଗରେ ସୁମନ ଶେଖର ଦାସ ବ୍ରୋଞ୍ଜ ପଦକ ଜିତିଥିଲେ। ଓଡ଼ିଶା ଦଳର ଏହି ସଫଳତା ପାଇଁ ରାଜ୍ୟ କରାଟେ ସଂଘର ସମ୍ପାଦକ ଗୌରି ମହାନ୍ତି, କୋଚ ଡ. ହରି ପ୍ରସାଦ ପଟ୍ଟନାୟକ ଓ ସଂଘର ଅନ୍ୟ କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି ।
ଆସନ୍ତା ୨୧ ତାରିଖ ଦିନ ଓଡିଶା ଦଳ ଭୁବନେଶ୍ବରରେ ପହଞ୍ଚିବେ ।

Share