ଗୁଆହାଟୀ,୧୯ା୧୨: ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଅନସରୁଲ୍ଲା ବାଂଲା ଟିମ୍ (ଏବିଟି)ର ୮ ଜଣ ଅପରେଟିଭ୍ଙ୍କୁ ଆସାମ ପୋଲିସର ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍ଟିଏଫ୍) ଗିରଫ କରିଛି। ୧୭ ତାରିଖ ରାତିରେ ଏସ୍ଟିଏଫ୍ କେରଳ, ପଶ୍ଚିମବଙ୍ଗ ଏବଂ ଆସାମରେ ଏକସଙ୍ଗେ ଚଢ଼ାଉ କରାଯାଇଥିଲା। ସାରା ଦେଶରେ ବିଶେଷ କରି ଆସାମ ଓ ପଶ୍ଚିମବଙ୍ଗରେ ସ୍ଲିପର ସେଲ୍ ଗଠନ ପାଇଁ ସେମାନେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ କେରଳରୁ ଗିରଫ ହୋଇଥିବା ମହମ୍ମଦ ସାଦ୍ ରାଡ଼ି ଓରଫ ମହମଦ ସାବ୍ ଶେଖ୍ ବାଂଲାଦେଶୀ ହୋଇଥିବାବେଳେ ୨ ଜଣ ପଶ୍ଚିମବଙ୍ଗ ଏବଂ ୫ ଜଣ ଆସାମ ବାସିନ୍ଦା। ଗୋଇନ୍ଦା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିବା ଆସାମ ପୋଲିସ କହିଛି।