ନୟାଗଡ଼ ଅଫିସ/ଦଶପଲ୍ଲା,୨୫।୮(ଡି.ଏନ୍.ଏ.):ନୟାଗଡ଼ ଜିଲା ଦଶପଲ୍ଲାର ଜେଏମ୍ଏଫ୍ସି କୋର୍ଟରେ ଯୁବତୀଙ୍କୁ ଅସଦାଚରଣ ମାମଲାର ରାୟ ପ୍ରକାଶ ପାଇଛି । ଜେଏମ୍ଏଫ୍ସି କୋର୍ଟର ବିଚାରପତି ସୌମ୍ୟ ରଞ୍ଜନ ପୃଷ୍ଟି ଏହାର ବିଚାର କରି ବେଣ୍ଟପଡ଼ା ଗଁାର ଟୁଟୁ ନାୟକଙ୍କୁ ୮ମାସ ଜେଲଦଣ୍ଡ ଓ ୩ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦୟେ ୧ ମାସ ଅଧିକ ଜେଲଦଣ୍ଡ ଭୋଗବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଗତ ୬।୧୨।୨୦୧୩ରେ ଜଣେ ଯୁବତୀ ଗଣିଆ ବଜାରକୁ ସଉଦା ପାଇଁ ଯାଇଥିଲେ । ସେ ସମୟରେ ବେଣ୍ଟପଡ଼ାର ଟୁଟୁ ନାୟକ ପହଞ୍ଚି ଯୁବତୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ସହ ଟଣା ଓଟରା କରିଥିଲେ । ଏନେଇ ଯୁବତୀଙ୍କ ମା’ ଅଭିଯୋଗ କ୍ରମେ ପୋଲିସ ୧୨।୧୨ା୨୦୧୪ରେ ଏକ ମାମଲା(ନଂ.୩/୧୪) ରୁଜୁ କରି ତଦନ୍ତ କରିଥିଲା । ପରେ ଅଭିଯୁକ୍ତ ଗିରଫ ହୋଇ ଜାମିନରେ ଆସିଥିଲେ । ସରକାରଙ୍କ ତରଫରୁ କ୍ୟାଡର ସହକାରୀ ପବ୍ଲିକ୍ ପିସିକ୍ୟୁଟର ରଶ୍ମିତା ସେଠୀ ମକଦ୍ଦମା ପରିଚାଳନା କରିଥିଲେ ।