ରାଜ୍ୟରେ ଖୋଲିବ ଆଉ ୮ ୟୁପିଏଚ୍‌ସି

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- ରାଜ୍ୟରେ ଜନସାଧାରଣଙ୍କ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଆଉ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ୟୁପିଏଚ୍‌ସି) ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ(ଏନ୍‌ୟୁଏଚ୍‌ଏମ୍‌) ଅଧୀନରେ ୭ଟି ଜିଲାରେ ଏହି ୮ ୟୁପିଏଚ୍‌ସି ଖୋଲିବ। ଯାଜପୁର ଜିଲାର ଯାଜପୁର ଓ ବ୍ୟାସନଗର, ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର, ମାଲକାନଗିରି ଜିଲାର ମାଲକାନଗିରି, ବାଲେଶ୍ୱରର ସୋର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଅନୁଗୋଳର ତାଳଚେର, କଟକ ଜିଲାର ଝୋଳସାହିରେ ଏହି ୟୁପିଏଚ୍‌ସି ଖୋଲାଯିବ।

Share