ଛତିଶଗଡରେ ୮ ନକ୍ସଲଙ୍କୁ ଏନକାଉଣ୍ଟର, ଜଣେ ଯବାନ ସହିଦ

ମାଲକାନଗିରି,୧୫।୬( ଦୁର୍ଯ୍ୟୋଧନ ପାତ୍ର ): ଛତିଶଗଡ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ ବଡ଼ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୮ ନକ୍ସଲ ନିପାତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଦୁଇ ଯବାନ ଆହତ ହୋଇଛନ୍ତି ।

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ୧୨ ତାରିଖରୁ ଅବୁଝମାଡରେ ଥିବା କୁତୁଲ, ଫରସବେଡା, କୋଡତାମେଟା ଗାଁ ନିକଟ ଜଙ୍ଗଲରେ STF , DRG , ITBP ଯବାନମାନେ ମାଓବିରୋଧୀ ଅପେରଶନ କରୁଲେ। ଏଥିରେ ନାରାୟଣପୁର- କୋଣ୍ଡାଗାଁଓ- କାଙ୍କେର-ଦାନ୍ତେୱାଡା ଜିଲାର ଡିଆରଜି, ସ୍ବତନ୍ତ୍ର ସୁରକ୍ଷା ବଳ, ଓ ଆଇଟିବିପିର ଯବାନ ସାମିଲ ହୋଇଥିଲେ । ଶନିବାର ସକାଳୁ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜୋରଦାର ହୋଇଥିବାବେଳେ ୮ ନକ୍ସଲଙ୍କୁ ଧରାଶାୟୀ କରିଥିଲେ ଯବାନ । ହେଲେ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି ।

Share