ଇସ୍ରାଏଲ ସେନା ଆକ୍ରମଣରେ ୮ ପାଲେଷ୍ଟିନୀୟ ନିହତ

ଜେନିନ,୪।୭: ଓ୍ବେଷ୍ଟ ବ୍ୟାଙ୍କର ଜେନିନସ୍ଥିତ ଶରଣାର୍ଥୀ ଶିବିର ଉପରେ ସୋମବାର ସକାଳେ ଇସ୍ରାଏଲ ସେନା ପକ୍ଷରୁ ଆକ୍ରମଣ କରାଯାଇଛି। ଆକ୍ରମଣରେ ୮ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଡଜନରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଶିବିର ନିକଟରେ ଶତାଧିକ ଇସ୍ରାଏଲ ସେନା ଛାଉଣୀ କରାଯାଇଛି। ଜେନିନ ଶରଣାର୍ଥୀ ଶିବିରରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଇସ୍ରାଏଲ ସେନା ଉପସ୍ଥିତ ଥିଲେ। ଗତମାସରେ ଇସ୍ରାଏଲ ସେନା ଓ ପାଲେଷ୍ଟିନୀୟଙ୍କ ମଧ୍ୟରେ ସଂଘର୍ଷ ହେବା ଯୋଗୁ ଇସ୍ରାଏଲର ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

Share